ଖୋର୍ଦ୍ଧା : ଠାକୁରଙ୍କୁ ସନ୍ତୁଷ୍ଟ କରିବା ଲାଗି ନିଜର ବେକ କାଟିଲେ ଭକ୍ତ । ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶା୍ରୀ ଚଣ୍ଡୀ ହର ଦେବଙ୍କ ପୀଠରେ ଘଟିଛି ଏହି ଅଭାବନୀୟ ଘଟଣା । ଟାଙ୍ଗି ନିକଟସ୍ଥ ସୋରଣ ଗ୍ରାମର କାବୁଲା ବେହେରା ନାମକ ଜଣେ ଯୁବକ ମାନସିକ ବ୍ରତ ରଖି ଚଣ୍ଡୀ ଦେବଙ୍କ ପୀଠରେ ଗତକାଲି ଠାରୁ ଗୁହାରିଆ ପଡିଥିଲେ । ପୂଜାର୍ଚ୍ଚନା ବେଳେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ଲାଗି କାବୁଲା ଏକ ଧାରୁଆ ଅସ୍ତ୍ରରେ ନିଜର ବେକ କାଟିଦେଇଥିଲେ । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0