ଶୁକ୍ରବାର ରଞ୍ଜିତ ସିଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁରମିତ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତା ଅକ୍ଟୋବର ୧୨ ରେ ସମସ୍ତ ଦୋଷୀଙ୍କୁ ଦଣ୍ଡ ଘୋଷଣା କରାଯିବ ବୋଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଘୋଷଣା କରିବେ। ଗୁରୁମିତ ରାମ ରହୀମ ସିଂ ତାଙ୍କର ଦୁଇଜଣ ମହିଳା ଶିଷ୍ୟଙ୍କ ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଅଗଷ୍ଟ ୨୦୧୭ ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାମ ରହୀମଙ୍କ ସମର୍ଥକ ରଞ୍ଜିତ ସିଂଙ୍କୁ ଜୁଲାଇ ୧୦, ୨୦୦୨ ରେ ହତ୍ୟା କରାଯାଇଥିଲା। ଡିସେମ୍ବର ୩, ୨୦୦୩ ରେ ସିବିଆଇ ହତ୍ୟା ମାମଲାରେ ଏଫଆଇଆର ପଞ୍ଜିକରଣ କରିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0