ଭୁବନେଶ୍ୱର : ଏଥର ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ । ମହାମାରୀ କରୋନା କଟକଣା ସମୟରେ କଲେଜକୁ ଆସିବାକୁ ଦିବ୍ୟାଙ୍ଗ ଅଧ୍ୟାପକଙ୍କୁ କୌଣସି ଆବଶ୍ୟକତା ନାହିଁ । ଏନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଏହି ଚିଠିରେ ଜଣାଯାଇଛି ଯେ, ଦୃଷ୍ଟିଶକ୍ତି ନ ଥିବା କିମ୍ବା କମ୍ ଥିବା ଶିକ୍ଷକମାନେ କଲେଜକୁ ଆସିବାର ଆବଶ୍ୟକତା ନାହିଁ । ସେମାନେ ଘରେ ରହି ଅନଲାଇନ୍ କ୍ଲାସ କରିବେ । ତେବେ କରୋନାସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢାଇ ପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0