ପରିବର୍ତ୍ତିତ ପାଗ ଅନୁଯାୟୀ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ହୋଇଥାଏ । ଏଥିସହ ରୁପି ସମସ୍ୟା ମଧ୍ୟ ଲାଗିରହିଥାଏ । ରୁପି ବ୍ରଣ ହେବାର ମୁଖ୍ୟ କାରଣ ହୋଇଥାଏ । ରୁପି ସମସ୍ୟା ପାଇଁ ମୁହଁରେ ତେଲିଆ ସହ ବ୍ରଣ ହୋଇଥାଏ । ରୁପି ହେବା ଦ୍ୱାରା କେଶ ଛିଡିବା ସହ କେଶ ମାନଙ୍କୁ ଦୁର୍ବଳ କରିଦେଇଥାଏ । ଯଦି ଏହି ସବୁ ,ସମସ୍ୟା ଲାଗି ରହିଥାଏ ତେବେ ପ୍ରଥମେ ଆପଣ ରୁପି ସମସ୍ୟାକୁ ଦୁର କରନ୍ତୁ । ଦେଖିବେ ସେ ସମସ୍ୟା ଆପେ ଆପେ କମିଯିବ । ରୁପି କମାଇବାରେ ନଡିଆତେଲ ଭଲ ସହାୟକ ହୋଇଥାଏ । ନଡିଆ ତେଲ କେଶରେ ଲଗାଇବା ସହ ଭଲ ଭାବରେ ମୁଳରେ ମାଲିସ କରନ୍ତୁ । ଏଥିସହ ଆଲବେରା ମୁଣ୍ତରେ ଲଗାଇବା ଦ୍ୱାରା ଏହି ସମସ୍ୟା ଦୁର ହୋଇଥାଏ । ଏଥିସହ ଯେତେ ଚିନ୍ତା ମଧ୍ୟ ରହିବେ ସେତେ ସମସ୍ୟା ଉପୁଜିଥାଏ ।ତେଣୁ ଚିନ୍ତାଶୁନ୍ୟ ରହିବାକୁ ଚେଷ୍ଠା କରନ୍ତୁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0