ରାୟଗଡ଼ା : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ଧାନ ଗଛରେ ଲାଗିଥିବା ରୋଗ ପୋକ ଏବେ ଚାଷୀର ଚିନ୍ତାକୁ ଦ୍ୱିଗୁଣିତ କରିଛି । କେଉଁ କାରଣରୁ ଧାନ ଗଛର ପତ୍ର ସବୁ ହଳିଦିଆ ହେଉଛି, ଚାଷୀ ଜାଣିପାରୁନଥିବା ବେଳେ ବଜାରରୁ ଚଢା ଦରରେ ଔଷଧ କିଣି ସିଂଚନ କରିବା ପରେବି ରୋଗପୋକ ନିୟନ୍ତ୍ରଣ ହେଉନାହାନ୍ତି ।
ଧାର କରଜ କରି ଧାନ ଚାଷକୁ ଆଗେଇ ନେବା ସମୟରେ ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ଧାନ ଗଛରେ ଲାଗିଥିବା ରୋଗ ପୋକ ଏବେ ଚାଷୀକୁ ଚିନ୍ତା ରେ ପକାଇଛି। ଚଳିତବର୍ଷ ରାୟଗଡ଼ା ଜିଲ୍ଲାରେ ମୋଟ ୨୧ ହଜାର ୬୩୫ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ସେଥିମଧରୁ ରାମାନାଗୁଡା ବ୍ଲକ ଅଂଚଳରେ ୪ହଜାର ୨୩୫, ପଦ୍ମୁପର ବ୍ଲକରେ ୭ହଜାର ୫୧୦, ଗୁଣପୁର ବ୍ଲକରେ ୫ହଜାର ୨୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ରୋଗପୋକର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଏପରିକି ଦାୟିତ୍ୱରେ ଥିବା ଗ୍ରାମସେବକ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0