ଜାମ୍ମୁ କାଶ୍ମୀର: ଗତ କିଛି ଦିନ ହେଲା ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆଜି ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ସହିତ ବ୍ରଜପାତ ଯୋଗୁଁ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଛି । ମଧ୍ୟ କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ବଜ୍ରପାତ ଯୋଗୁ କେତେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଏନେଇ ଶ୍ରୀନଗର ଲେହ ରାଜମାର୍ଗ ବନ୍ଦ ହୋଇଯାଇଛି । ବଜ୍ରପାତ କାରଣରୁ କେହି ମୃତ୍ୟୁ ବରଣ କରିଥିବା ଖବର ଏଯାବତ୍ ସାମ୍ନାକୁ ଆସିନାହିଁ । କେବଳ ଏହି ଘଟଣା ପରେ ଯାତାୟତ ପ୍ରଭାବିତ ହୋଇଛି । ହାଲର ଉତ୍ତରାଖଣ୍ଡ ର ପିଥୋରାଗଡରେ ବଜ୍ରପାତ ଯୋଗୁଁ ଅନେକ ଘର ମାଟିରେ ମିଶି ଯାଇଛି । ହଠାତ୍ ପାହଡ ପଟୁ ଆସିଥିବା ବିଜୁଳି ଓ ଘଟଘଟି କାରଣରୁ ଏପରି ଘଟିଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0