୨୦୨୦ଜାନୁଆରୀରୁ ଗୃହରକ୍ଷୀମାନେ ପ୍ରତିଦିନ ୫୩୩ ଟଙ୍କା ପାଇବେ ଏ ବାବଦ ବକେୟା ପ୍ରାପ୍ୟ ଗୃହରକ୍ଷୀଙ୍କୁ ୩ମାସ ମଧ୍ୟରେ ପ୍ରଦାନ କରାଯିବ । ଆଜି ଗୃହରକ୍ଷୀଙ୍କ ସଂର୍ପକିତ ରିଟ୍ ଅପିଲର ଶୁଣାଣୀ କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ହାଇକୋର୍ଟ ଏହି ରାୟ ପରେ ରାଜ୍ୟର ପ୍ରାୟ ୧୭ ହଜାର ୬୭୫ଗୃହରକ୍ଷୀ ବର୍ଦ୍ଦିତ ହାରରେ ଦୈନିକ ପ୍ରାପ୍ୟ ପାଇବା ପାଇଁ ପଥ ପରିଷ୍କାର ହୋଇଛି । ୨୦୨୦ ଫେବୃୟାରୀ ୨୮ରେ ହାଇକୋର୍ଟ ଜଣକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ତପୀଠ ଗୃପରକ୍ଷୀୀଙ୍କୁ ବର୍ଦ୍ଦିତ ହାରରେ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0