ଦିଲ୍ଲୀ ଗସ୍ତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଉତ୍ତରାଖଣ୍ଡ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ଯାହାକି ଉତ୍ତରାଖଣ୍ଡ ରାଜନୀତିକୁ ଆହୁରି ସରଗରମ କରିଛି। ନିକଟରେ ରାଜ୍ୟରେ ବିଜେପି ନେତାଙ୍କ ମଧ୍ୟରେ କନ୍ଦଳ ବଢ଼ିବା ପରେ ଦୁଇ ପର୍ଯ୍ୟବେକ୍ଷକ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଜେପି ସଭାପତିଙ୍କୁ ବୈଠକ ବାବଦରେ ଅବଗତ କରାଇଛନ୍ତି।ପରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ୱତ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ଉତ୍ତରାଖଣ୍ଡ ବିଜେପିର ୧୦ ବିଧାୟକ ଏବଂ ୪ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏଭଳି ହେଲେ ଦଳର ବିପର୍ଯ୍ୟୟ ହୋଇପାରେ ବୋଲି ଅସନ୍ତୁଷ୍ଟ ନେତା ପ୍ରକାଶ କିରଥିଲେ। ଆଉ ଉତ୍ତରାଖଣ୍ଡରେ ବିଜେପିର ମୂଳ ସ୍ଥିତି ଜାଣିବା ପାଇଁ ବିଜେପି ଦୁଇ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ପଠାଇଥିଲା। ପର୍ଯ୍ୟବେକ୍ଷକ ଟିମ୍ ଯେଉଁ ରିପୋର୍ଟ ଦେଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଦଳର ନେତା ଅସନ୍ତୁଷ୍ଟ ଥିବା ସୂଚନା ରହିଛି। ଏମିତିକି କୁମ୍ଭ ମେଳା ପ୍ରସ୍ତୁତିକୁ ନେଇ କେନ୍ଦ୍ର ବିଜେପି ଅସନ୍ତୁଷ୍ଟ ରହିଛି। କାରଣ ଏହି ମେଳା ଦ୍ୱାରା ବିଜେପି ଲୋକଙ୍କୁ ଖୁସି କରାଇବାକୁ ଚାହୁଁଛି। ଏମିତି ହେଲେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ବେଳେ ବିଜେପି ଅଧିକ ଭୋଟ୍ ପାଇପାରିବ ବୋଲି ଦଳ ଆଶା ରଖିଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0