ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପାଇଁ ଏକାଠି ମୁକାବିଲା କରିବେ ଭାରତ ଓ ବ୍ରିଟେନ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଦୁଇ ନେତା କରୋନା ଯୋଗୁଁ ଉପୁଜିଥିବା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ପ୍ରତିଷେଧକର ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ସେମାନେ ସମୀକ୍ଷା କରିଛନ୍ତି। ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ ଗବେଷଣା, ପେସାଦାର ଓ ଛାତ୍ରଛାତ୍ରୀମାନଙ୍କର ଚଳନ ଓ ପ୍ରତିରକ୍ଷା ଏବଂ ନିରାପତ୍ତା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ପର୍ୟ୍ୟାପ୍ତ ସୁଯୋଗମାନ ଥିବାର ଉଭୟ ନେତା ଏକମତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତ ଓ ବ୍ରିଟେନ୍ ଏକାଠି ମିଶି କାର୍ୟ୍ୟ କରିପାରିବେ ବୋଲି ଉଭୟ ନେତା ମତବ୍ୟକ୍ତ କରିଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0