ନୂଆଦିଲ୍ଳୀ: ଇରାନ ଆଣବିକ କାର୍ୟ୍ୟକ୍ରମର ଶୀର୍ଷ ବୈଜ୍ଞାନିକ ମୋହସେନ ଫକିରଜ୍ୟାଦାଙ୍କୁ ହତ୍ୟା କରାଯାଇଛି। ତେବେ ଏହା ପଛରେ ଇସ୍ରାଏଲର ହାତ ଥିବା ଦାବି କରିଛି ଇରାନ । ରାଜଧାନୀ ତେହେରାନ ନିକଟରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। କିଛିବର୍ଷ ପୂର୍ବେ ଇରାନ ଆଣବିକ ଗବେଷଣାର ଜନୈକ ବରିଷ୍ଠ ବୈଜ୍ଞାନିକ ମୁସ୍ତାଫା ଅହମ୍ମଦ ରୋସନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ମୋହସୀନଙ୍କ ହତ୍ୟା ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ୫୯ ବର୍ଷୀୟ ମୋହସେନ କାରରେ ଅବସାର୍ଦ ସହରକୁ ଯିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ମୋହସେନଙ୍କ ହତ୍ୟା ଘଟଣା ପରେ ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ୍ କହିଛନ୍ତି ଯେ, ହତ୍ୟାକାଣ୍ଡ ପଛରେ ଇସ୍ରାଏଲର ହାତ ରହିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ଘଟଣାକୁ ନିନ୍ଦା କରାଯାଉ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏହି ସମସ୍ତ ଅଭିଯୋଗକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0