ବଡ଼ସାହି : ବଡ଼ସାହି ତହସିଲ ଅଧିନସ୍ଥ ବୁଢ଼ାବଳଙ୍ଗ ନଦୀର କେତେକ ବାଲି ଶଯ୍ୟାରୁ ବେଆଇନ ଭାବେ ବାଲି ଉଠାଣ ଚାଲିଛି। ଏଥିନେଇ କେତେବେଳେ ସ୍କ୍ୱାର୍ଡ ଟିମ ତ କେତେବେଳେ ପୁଲସ ହାତରେ ଚୋରା ଗାଡ଼ି ଧରା ପଡ଼ୁଛି। ତଥାପି ଏଥିରେ ରୋକ ଲାଗୁନାହିଁ। ବଡ଼ସାହି ବ୍ଲକ କୋଚିଲାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ବାବୁଲି ଗ୍ରାମର ବାଲି ଘାଟରୁ ମଧ୍ୟ ବାଲି ଚାଲାଣ ହୋଇଆସୁଛି। ଫଳରେ ଗାଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଏଭଳି ବେଆଇନ ବାଲି ଉଠାଣ ସହିତ ଚାଲାଣ ବନ୍ଦ କରିବା ଦାବିରେ ଆଜି ବଡ଼ସାହି ତହସିଲ ସମ୍ମୁଖରେ ବାଗୁଲି ଗ୍ରାମବାସୀ ଗଣଧାରଣା ଦେଇଛନ୍ତି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0