ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ SAI. ସୂତ୍ର ଅନୁଯାୟୀ ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ। ଏହି ଆପ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଆପକୁ ଟକ୍କର ଦେବ ବୋଲି କୁହାଯାଉଛି। ଏଥିରେ ଆଣ୍ଡ ଟୁ ଆଣ୍ଡ ଭଏସ୍, ଟେକ୍ସଟ ଓ ଭିଡିଓ କଲିଂ ସୁବିଧା ରହିଛି। ପ୍ରତିରକ୍ଷା ମନ୍ତ୍ରାଳୟ ୨୦୨୦ ଅକ୍ଟୋବରରେ SAI ଆପ୍ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ ଏହି ଏଣ୍ଡ୍ରଏଡ୍ ଆପରେ ସିକ୍ୟୁରିଟି ଫିଚର୍ ବହୁତ କଡା। ଏହା ଲୋକାଲ ଇନ୍ ହାଉସ୍ ସର୍ଭର୍ ଓ କୋଡ୍ସ ଉପରେ ଆଧାରିତ ଯାହାକୁ ଦରକାର ପଡିଲେ ବଦଳାଇ ହେବ ଏବଂ ରଦ୍ଦ ବି କରାଯାଇ ପାରିବ। ଆର୍ମିର ସାଇବର୍ ଗ୍ରୁପ୍ ଓ ଉଋଜଞ-ସଦ୍ଭ ଅଡିଟର୍ ଏହି ଆପ୍ ସଂଶୋଧନ କରିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0