ତାମିଲନାଡ଼ୁକୁ ଫେରିଲା ଲକଡ଼ାଉନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏ ଲକଡାଉନ୍ ବଢ଼ାଇଛନ୍ତି। ଏଥିସହ କୋଭିଡକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି। ତାମିଲନାଡୁରେ ଆସନ୍ତା ଏପ୍ରିଲ ୬ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।ଲକଡାଉନ୍ ସମୟରେ ବିଭିନ୍ନ କାର୍ୟ୍ୟାଳୟ, ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲି ପାରିବ। ଏଥିସହ ସମସ୍ତ ଲୋକ ଯେଭଳି ମାସ୍କ, ସାମାଜିକ ଦୂରତା ଓ ପରିସ୍କାର ପରିଚ୍ଚନ୍ନ ରହିବେ ସେ ନେଇ ସୁନିଶ୍ଚିତ କରାଇବାକୁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୭୯ ଜଣ କୋଭିଡରେ ଆକ୍ରାନ୍ତ ଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ସରକାର ଲକଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0