spot_img

ରାଜନଗରରେ ଓଡିଶାର ୨ ବରପୁତ୍ରଙ୍କ ଜୟନ୍ତୀ ପାଳନ

ରାଜନଗର: ଆଜି ଭାରତ ସରକାରଙ୍କ ଦ୍ୱାରା ପରାକ୍ରମ ଦିବସ ପାଳନ ହୋଇଥିବାବେଳେ ରାଜନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ l ଆଜି ସକାଳ ୯ ଟା ସମୟରେ ରାଜନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ଦାସଙ୍କ ନେତୃତ୍ୱରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ପୁରାତନ ଛାତ୍ର ସଂସଦ ସଦସ୍ୟ ମାନେ ଉପସ୍ଥିତ ରହି ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଧୂପ, ଦୀପ ଦେଇ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ କରିଥିଲେ l

ଅନ୍ୟପକ୍ଷରେ ଛାତ୍ର ସୁରକ୍ଷା ମଞ୍ଚ ତରଫରୁ ରାଜନଗର ବଡଦାଣ୍ଡରୁ ଛାତ୍ରଛାତ୍ରୀମାନେ ବାହାରି ରାଜନଗର ବଜାର ପରିକ୍ରମା କରିଥିଲେ l ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସ୍ଲୋଗାନ ଦିଆଯାଉଥିଲା l ଛାତ୍ରଛାତ୍ରୀ ରାଜନଗର ବଜାର ପରିକ୍ରମା କରିବା ପରେ ଶୈଳେନ୍ଦ୍ର ନାରାୟଣ ବିଦ୍ୟାଳୟରେ ପହଂଚି ଉକ୍ତ ସଭାରେ ଯୋଗ ଦେଇଥିଲେ l ଏହି ସଭାର ମୁଖ୍ୟ ଅତିଥି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସୁବାଷ ଚନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ବରିଷ୍ଟ ଗାଳ୍ପିକ ଯଥା ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ରତ୍ନାକର ନାୟକ l ଓଡିଶାର ୨ ବରପୁତ୍ରଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ  l ଏବଂ ପରିଶେଷରେ ମଞ୍ଚର ପ୍ରତିଷ୍ଠାତା ସଞ୍ଜୟ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ l

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular