ଦେଶର ସବୁଠାରୁ ବଡ଼ ବ୍ୟାଙ୍କ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ନିଜର ଡିଜିଟାଲ ପ୍ଲାଟଫର୍ମ ୟୋନୋରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହି ବିଷୟରେ ବ୍ୟାଙ୍କର ଚେୟାରମ୍ୟାନ ରଜନୀଶ କୁମାର ସୂଚନା ଦେଇଛନ୍ତି । ୟୋନୋର ଅର୍ଥ ହେଉଛି, ‘ୟୁ ଓନଲି ନିଡ଼୍ ୱାନ୍ ଆପ୍’, ବ୍ୟାଙ୍କର ଏକିକୃତ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ । ଏକ କାର୍ଯ୍ୟକ୍ରମରେ ରଜନୀଶ କୁମାର କହିଛନ୍ତି କି ୟୋନୋକୁ ଏକ ଅଲଗା ୟୁନିଟ୍ ଭାବେ ତିଆରି କରାଯିବ । ଏହା ତିଆରି ହେବା ପରେ ଷ୍ଟେଟ୍ ବ୍ୟାଙ୍କ ତା’ର ବ୍ୟବହାରକାରୀଙ୍କ ମଧ୍ୟରୁ ଜଣେ ହେବ । ତାଙ୍କ କହିବା ଅନୁସାରେ ୟୋନୋର ମୂଲ୍ୟାଙ୍କନ ପରେ ଏହା କାର୍ଯ୍ୟକାରୀ ହେବ । ୟୋନୋ ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ୟୋନୋର ୨.୬୦ କୋଟି ବ୍ୟବହାରକାରୀ ଅଛନ୍ତି । ପ୍ରତିଦିନ ପ୍ରାୟ ୫୫ ଲକ୍ଷ ଲଗ୍ ଇନ୍ ହେବା ସହ ୪୦୦୦ରୁ ଅଧିକ ବ୍ୟକ୍ତିଗତ ଋଣ ଆବଣ୍ଟନ ଓ ୧୬,୦୦୦ ପାଖାପାଖି କୃଷି ସୁନା ଋଣ ଦିଆଯାଇଥାଏ । ଷ୍ଟେଟ୍ ବ୍ୟାଙ୍କ ଏକ ନୂଆ ଡିଜିଟାଲ ୟୁନିଟ୍ ସ୍ଥାପନ କରିବାକୁ ବିଚାର କରୁଛି ବୋଲି ରଜନୀଶ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0