ବ୍ୟୁରୋ ରିପୋର୍ଟ: ଆଜି ଅନ୍ତର୍ଜାତୀୟ ମାନବ ଅଧିକାର ଦିବସ । ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ବିଶ୍ୱରେ ବାସ କରୁଥିବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ଦିବସ ପାଳନ କରାଯାଏ । ୧୯୪୮ ମସିହାରେ ଆଜିର ଦିନରେ ମିଳିତ ଜାତିସଂଘ ସାଧାରଣ ସଭା ମାନବିକ ଅଧିକାର ଗ୍ରହଣ କରିବାକୁ ଘୋଷଣା କରିଥିଲା । କିନ୍ତୁ ଆନୁଷ୍ଠାନିକ ଭାବରେ ୧୯୫୦ ମସିହାରେ ମିଳିତ ଜାତିସଂଘ ୧୦ ଡିସେମ୍ବରରେ ମାନବ ଅଧିକାର ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ବିଶ୍ୱର ସମସ୍ତ ଲୋକ ନିରାପଦ ଅନୁଭବ କରିବା ଏବଂ ଭେଦଭାଦ ବିନା ଜୀବନ ସ୍ୱାଧୀନତାର ସହ ବଞ୍ଚିପାରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ମାନବିକ ଅଧିକାରରେ ସ୍ୱାସ୍ଥ୍ୟ, ଆର୍ଥିନୈତିକ, ସାମାଜିକ ଏବଂ ଶିକ୍ଷା ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0