spot_img

ଲାଗଣ ବର୍ଷା ପାଇଁ ପାଣି ଘେରରେ ଯାଜପୁର

ଯାଜପୁର: ଲଗାଣ ବର୍ଷା ଯୋଗୁଁ ଯାଜପୁରରେ ସ୍ଥିତି ସଙ୍ଗୀନ ହୋଇପଡିଛି । ରାସ୍ତାରେ ଲହଡି ମାରୁଛି ପାଣି । କିଛିଦିନର ଲଗାତର ବର୍ଷାରେ ବରୀ ବ୍ଲକ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ଓ ଶାଖା ନଦୀ ତନ୍ତୀରେ ଜଳସ୍ତର ବୃଦ୍ଧି ପାଇଛି । ଏହା ଫଳରେ ସ୍ଥାନୀୟ ୨ ପଞ୍ଚାୟତ ପାଣି ଘେରରେ ରହିଛି । ଭଅଁରା ଓ ବୋଦୁଆର ମୁଖ୍ୟ ରାସ୍ତାରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ଜଳ ପାଇଁ ବିପଦଶଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଲୋକେ । ସ୍ଥାନୀୟ ଲୋକେ ଘରୁ ବାହାରି ପାରୁନାହାନ୍ତି । ଅନ୍ୟପଟେ ଯେଉଁମାନେ ଘରୁ ବାହାରୁଛନ୍ତି ସେମାନେ ଟ୍ରକ ଡାଲା କିମ୍ବା ଅନ୍ୟ ଗାଡିରେ ଯିବା ଆସିବା କରୁଛନ୍ତି । ବନ୍ୟାଜଳର ସ୍ରୋତ ଧୀରେ ଧୀରେ ବଢୁଥିବାରୁ ଲୋକମାନଙ୍କର ଜୀବନ ବିପଦରେ ରହିଛି । ତେବେ ଭବିଷ୍ୟତରେ ଯଦି ବଡ ଧରଣର ବର୍ଷା କିମ୍ବା ବନ୍ୟା ପରସ୍ଥିତି ସୃଷ୍ଟି ହେୁଏ ତେବେ ଅନେକ ଗାଁ ଜଳାପୂର୍ଣ୍ର ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular