ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ଥିବା ବୁଦ୍ଧ ମୂର୍ତ୍ତି ସମ୍ମୁଖରେ ଓଡ଼ିଶା ସୂଚନା ଆଇନ ଅଧିକାର ଅଭିଯାନ ଚଣ୍ଡିଖୋଲ ଯାଜପୁର ପକ୍ଷରୁ କାର୍ୟ୍ୟକର୍ତା ମାନଙ୍କ ମିଳିତ ସହଯୋଗରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଛି। ଯାହାକି କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନା ଅଧିକାରୀ କର୍ମୀ ତଥା ଦଳିତ ନେତା ସ୍ବର୍ଗତ ରଞ୍ଜନ କୁମାର ଦାଶଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ବିଜେଡ଼ି ବିଧାୟକ ଅତୁନ ସବ୍ୟସାଚୀ ନାୟକଙ୍କୁ ଦଳରୁ ବହିଷ୍କାର ଗିରଫ ଏବଂ ଏହି ହତ୍ୟାକାଣ୍ଡର ସି.ବି.ଆଇ ତଦନ୍ତ ଦାବିରେ ବିକ୍ଷୋଭ ସହ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିରେ ରାଜ୍ୟ ସୂଚନା ଅଧିକାରୀ ଆବାହକ ପ୍ରଦୀପ ପ୍ରଧାନ କଟକ ଜିଲ୍ଲା ଆଭାହକ ଜିତେନ୍ଦ୍ର ସାହୁଙ୍କ ସମେତ ଅନେକ ସୂଚନା ଆଇନ ଅଧିକାରୀ ସାମିଲ ହେବା ସହ ଯାଜପୁର ଜିଲ୍ଲା ଆବାହକ ଶର୍ବେଶ୍ୱର ବେହୁରୀଆ ଙ୍କ ନେତୃତ୍ୱରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0