spot_img

ଜଳକା ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଂକେତ ଉର୍ଦ୍ଧ୍ବରେ ଜଳସ୍ତର

ବସ୍ତା: ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ଫଳରେ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ବରେ ରହିଛି |

ଜଳସେଚନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବିପଦ ସଂକେତ ୫.୫ମିଟର ଥିବାବେଳେ ଅପରାହ୍ନରେ ୬.୪ମିଟର ରହିଛି | ଦୀର୍ଘ ୩ଘଣ୍ଟା ଧରି ଜଳସ୍ତର ଏହି ପରିମାଣରେ ପ୍ରବାହିତ ହେଉଥିବା ବେଳେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି | ତେବେ ଜଳସେଚନ ବିଭାଗ ଏସ ଡି ଓ ନିର୍ମଳକାନ୍ତି ଜେନା ସୂଚନା ଦେଇ କହିଛନ୍ତି ଯେ.ଆବାହମାନ କାଳରୁ ଜଳକାନଦୀ ବିପଦ ସଂକେତ ୫,୫ମିଟର ରହିଆସୁଛି ଏହାର ବିପଦ ସଂକେତ ୭ ମିଟରରେ ରଖିବା ପାଇଁ ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ତାହା ପରିବର୍ତ୍ତନ ହୋଇନାହିଁ |

ହେଲେ ବିପଦ ସଂକେତ ୧୦ମିଟର ଉର୍ଦ୍ଧ୍ବରେ ରହିଲେ ବିପର୍ଯ୍ୟୟ ହେବାର ସମ୍ଭାବନା ରହିବ, କିନ୍ତୁ ୫.୫ମିଟର ଜଳସ୍ତର ରୁ ୬.୪ମିଟର ରେ ଜଳ ପ୍ରବାହିତ ହେଲେ ଅଞ୍ଚଳ ବାସୀ ଭୟଭୀତ ହେବାର ନାହିଁ ବୋଲି ପ୍ରକାଶ କରିଛନ୍ତି | ତେବେ ନଦୀର ଦୁଇପଟରେ ଭେଡି ବନ୍ଧ ସ୍ଥାୟୀ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular