ଭୁବନେଶ୍ଵର : ବର୍ଷ ୨୦୨୦କୁ ପୂରା ଫିକା କରି ସାରିଛି ମହାମାରୀ କରୋନା। ଏହି କରୋନା ଅନ୍ଧାର ପାଇଁ ରାଜଧାନୀ ଭୁବନେଶ୍ଵରରେ ଏଥର ନୂଆ ବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ ମନା। କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ୩୧ ତାରିଖ ରାତିରେ ଉତ୍ସବ ମନା ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ନୂଆ ବର୍ଷ ପାଳନ ପାଇଁ ରାତିରେ ଉତ୍ସବ ଆୟୋଜନ ହୋଇ ପାରିବ ନାହିଁ।
ଅପରପକ୍ଷେ ଡିସେମ୍ବର ୨୫ ତାରିଖ ବଡ ଦିନ ପାଳନ ନେଇ ଚର୍ଚ୍ଚକୁ ମିଳି ପାରିବ ସ୍ଵତନ୍ତ୍ର ଅନୁମତି। ସ୍ଵତନ୍ତ୍ର ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡିବ। କେତେ ସଂଖ୍ୟକ ଲୋକ ଏକାଠି ହେବେ ଦର୍ଶାଇବାକୁ ପଡିବ। ସେହି ଅନୁସାରେ ଅନୁମତି ଦିଆଯିବ ବୋଲି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0