ଗୁରୁବାର କୋଲକାତା ଉଚ୍ଚ ନ୍ୟାୟାଳୟରୁ ବଲିଉଡ଼ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। କୋଲକାତା ଉଚ୍ଚ ନ୍ୟାୟାଳୟର ବିଚାରପତି କୌଶିକ ଚନ୍ଦାଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମିଥୁନ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ରୁଜୁ କରାଯାଇଥିବା ମାମଲାକୁ ରଦ୍ଦ କରିବା ସହ ଏହି ମାମଲାର ଅଧିକ ତଦନ୍ତ ଉପରେ ରହିତାଦେଶ ଜାରି କହିଛନ୍ତି। ତୃଣମୂଳ କଂଗ୍ରେସର ନେତାମାନେ ମିଥୁନଙ୍କ ଉପରେ ନିର୍ବାଚନ ସମୟରେ ଶାନ୍ତି ଭଙ୍ଗ କରିବା ଓ ଏଥିପାଇଁ ଲୋକ ମାନଙ୍କୁ ଉସୁକାଇବା ପୋଲିସ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଜେପିର ଷ୍ଟାର ପ୍ରଚାରକ ତଥା ଲୋକପ୍ରିୟ ବଲିଉଡ଼ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ମିଥୁନଙ୍କୁ ଅଧିକ ପଚରା ଉଚୁରା ଆରମ୍ଭ କରିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0