spot_img

କାଲିମେଳାର ଘଞ୍ଚ ଜଙ୍ଗଲ ମଧ୍ୟରୁ ଠାବ ହେଲା ବନ୍ଧୁକ ତିଆରି କାରଖାନା

ମାଲକାନଗିରି: ମାଲକାନଗିରି ଜିଲ୍ଳାରେ ଠାବ ହେଲା ଗୁଳିଗୋଳା ପ୍ରସ୍ତୁତ ହୋଇଥିବା କାରଖାନା । କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସୁଧାକୋଣ୍ଡା ଏବଂ ଏଲକାନୁର ଅଞ୍ଚଳରେ ଗାଁ ମଝି ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ । ଆଜି ଡିଭିଏଫ ଓ ବିଏସଏଫ ବାହିନୀ ମିଳିତ ଭାବେ ଏହାକୁ ଜବତ କରିଛନ୍ତି । ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ମାଟିତଳେ ପୋତିଥିବା ଯବାନମାନେ ଜାଣିବାକୁ ପାଇଥିଲେ । ପରେ ସେଗୁଡିକୁ ଜବତ କରାଯାଇଛି । ପୂର୍ବରୁ କାଲିମଳୋ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଥିବା ବେଳେ ବିଏସଏଫ ମୁତୟନ ପରେ ସେମାନେ ଚିତ୍ରାକୋଣ୍ଡା ଅଞ୍ଚଳକୁ ଚାଲି ଯାଇଛନ୍ତି । ସେମାନଙ୍କ ଅସ୍ତ୍ରଶସ୍ତ୍ର ସମ୍ପର୍କରେ  ସୂଚନା ପାଇଁ ଗୁଇନ୍ଦା ଜବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକର କ୍ୟାଟ୍ରିଜ, ୧୨ଟି ଅମୋନିୟମ୍ , ୯୩ଟି ଡିଟୋରନେଟର, ୩ଗ୍ୟାସ ସିଲିଣ୍ଡର, ୨ଟି ଲେଥ ମେସିନ ଏବଂ ମାଓବାଦୀଙ୍କ ପୁସ୍ତିକା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular