କୋଣାର୍କ : ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କୋଣାର୍କ ପ୍ରେସ୍ କ୍ଲବ ଓ ପର୍ୟ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଛି ମିନି ସାଇକ୍ଲୋଥନ କାର୍ୟ୍ୟକ୍ରମ l ଏଥିରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ବିଭୁତି ଭୂଷଣ କର, ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ ସ୍ୱାଧୀନ କୁମାର ନାୟକ ତଥା କୋଣାର୍କ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ପରେ ସୂର୍ୟ୍ୟ ମନ୍ଦିର ସାମ୍ନାରୁ ସାଇକେଲ ରାଲି କୁ ପତାକା ଦେଖାଇ ଉଦଘାଟନ କରାଯାଇଥିଲା l ଏଥିରେ କୋଣାର୍କ କଲେଜ ଓ ସ୍କୁଲ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
କୋଣାର୍କ ସୂର୍ୟ୍ୟ ମନ୍ଦିର ଠାରୁ ଏକ ସାଇକେଲ ରାଲି ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରି ରାମଚଣ୍ଡି ଠାରେ ପହଞ୍ଚିଥିଲେ। ଏହି ମିନି ସାଇକ୍ଲୋଥନର ମୂଳ ଉଦ୍ଦେଶ୍ୟ ଥିଲା କୋଣାର୍କ ପର୍ୟ୍ୟଟନ ସ୍ଥଳୀ କୁ କିଭଳି ପଲଥିନି ଓ ପ୍ଲାଷ୍ଟିକ ମୁକ୍ତ କରିବା ସହିତ, ସୁସ୍ଥ ଜୀବନ ଅତିବାହିତ କରିବା,କୋଣାର୍କ ବଜାର ଦୋକାନି ମାନଙ୍କୁ ପଲଥିନି ନବେବହାର କରିବା ପାଇଁ ପରାମର୍ଶ ଦେବା ସହିତ ଅର୍କକ୍ଷେତ୍ର କୁ ସବୁଜ ସୁନ୍ଦର କରିବା ସହ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଆହ୍ବାନ ଦିଆଯାଇଥିଲା । ଏହି ମିନି ସାଇକ୍ଲୋଥନ ରେ କୋଣାର୍କ ର ସମସ୍ତ ସାମ୍ବାଦିକ , ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0