ମୁମ୍ବାଇ: ଖୁବଶୀଘ୍ର ଆକ୍ସନ ହିରୋଇନ ଭାବେ ନଜର ଆସିବେ ବଲିଉଡ଼ର ବିବାଦିୟ ନାୟିକା କଙ୍ଗନା ରଣାୱତ । ଏନେଇ ସେ ନିଜର ଟ୍ରେନରଙ୍କ ସହ ବିଭିନ୍ନପ୍ରକାର ସମରାଭ୍ୟାସ କରୁଥିବାର ନଜର ଆସିଛନ୍ତି । ସୂଚନାଅନୁଯାୟୀ କଙ୍ଗନା ନିଜର ଅପକମିଙ୍ଗ ଫିଲ୍କ ତେଜସ, ଓ ଧକଡ଼ ପାଇଁ ନିଜକୁ ଏପରି ପ୍ରସ୍ତୁତ କରୁଛନ୍ତି ବୋଲି ଜଣାପଡ଼ିଛି ।

ସୂଚନାଅନୁଯାୟୀ କଙ୍ଗନାଙ୍କ ଏହି ଉଦ୍ଦେଶ୍ୟରେ ଅଭିନେତ୍ରୀ ଜୟା ବଚ୍ଚନ ଦେଇଥିବା ‘ବଲିଉଡ୍ ଥାଳି’ ମନ୍ତବ୍ୟକୁ କଙ୍ଗନା ପାସୋରି ପାରୁନାହାନ୍ତି। ଜୟାଙ୍କୁ ଜବାବ ଦେବା ପାଇଁ ସେ ଏବେ ଟ୍ବିଟର୍ରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ସେ ନିଜ ଟ୍ରେନର୍ଙ୍କ ସହ ବିଭିନ୍ନପ୍ରକାର ସମରାଭ୍ୟାସ କରୁଥିବା ଦେଖାଯାଉଛି।

ଏଥିରେ କଙ୍ଗନା ଉଲ୍ଲେଖ କରିଛନ୍ତି, ଯଦି ‘ବଲିଉଡ୍ ଥାଳି’ ମୋତେ ବହୁତ କିଛି ଦେଇଛି, ତେବେ ମୁଁ ବି ବଲିଉଡ୍କୁ ତା’ର ପ୍ରଥମ ଆକ୍ସନ ହିରୋଇନ୍ ଉପହାର ଦେଇଛି। ଚଳଚ୍ଚିତ୍ର ମଣିକର୍ଣ୍ଣିକାରେ ବଲିଉଡ୍ ତା’ର ପ୍ରଥମ ଆକ୍ସନ ହିରୋଇନ୍ ପାଇଛି। ଆଗାମୀ ଦୁଇଟି ଚଳଚ୍ଚିତ୍ରରେ ମଧ୍ୟ ମୁଁ ଯଥାକ୍ରମେ ଫୌଜି ଓ ଗୁପ୍ତଚରର ଚରିତ୍ରରେ ଅବତୀର୍ଣ୍ଣ ହେଉଛି। ଏଥିପାଇଁ ଆକ୍ସନ୍ ତାଲିମ୍ ନେଉଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0