କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ତାରିଣୀ କଲୋନିରେ ଜମିଜମା ବିବାଦକୁ ନେଇ ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମା ମାଡ କରିଥିବାର ଅଭିଯୋଗ ଆସିଛି । ଏହି ବିସ୍ଫୋରଣ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟକର ସୃଷ୍ଟି କରିଦେଇଥିଲା । ସୁଚନା ମୁତାବକ, କୋଣାର୍କ ଅଞ୍ଚଳର ତାରଣୀ କଲୋନି ନିକଟସ୍ଥ ଏକ ସରାକରୀ ଜମିକୁ କେନ୍ଦ୍ର କାରି ଏଭଳି କାଣ୍ଡ ହୋଇଥିବା ସୂଚନା ମିଳିଛି । ଗତ କାଲି ସଞ୍ଜୟ ସ୍ୱାଇଁ ଉକ୍ତ ଜମିରେ ଘର ତିଆରି ଲାଗି କାମ ଆରମ୍ଭ କରିଥିଲେ । ଏହାକୁ ନେଇ ମିନର୍ଭା ରାଉତ ଜଣେ ମହିଳା ପ୍ରତିବାଦ କରିଥିଲେ । ପରେ ଏହା ତୀବ୍ର ରୂପ ଧାରଣ କରିଥିଲା । ଏହାକୁ କେନ୍ଦ୍ର କରି ଉକ୍ତ ସରକାରୀ ଜମିରେ କିଛି ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ । ଏହାକୁ ନେଇ ମିନର୍ଭା ରାଉତ କୋଣାର୍କ ଥାନରେ ଅଭିଯୋଗ କରିଥିଲେ । ତେବେ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0