‘ବିଗ୍ ବସ୍ ୧୪’ରୁ ପ୍ରଖ୍ୟାତ ବଲିଉଡ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ୍ କୁମାର ସାନୁ ବାହାରି ଯିବା ପରମ ଏବେସବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଘଟଣାକୁ ନେଇ କୁମାର ସାନୁ ଓ ଜାନ୍ କୁମାର ମୁହାଁମୁହିଁ ହୋଇଛନ୍ତି। ଏପରିକି ଜାନ୍ ତାଙ୍କ ନାମ ବଦଳାଇବା ଉଚିତ୍ ବୋଲି କୁମାର ସାନୁ କହିଛନ୍ତି। ଜାନ୍ ଏକ ଇଣ୍ଟରଭିୟୁରେ କହିଥିଲେ, ମୋ ଜୀବନରେ ବାପାଙ୍କର କୌଣସି ଭୂମିକା ନାହିଁ। ମୋତେ ସମର୍ଥନ କି ପ୍ରମୋଟ କରିବାକୁ ଚାହିଁ ନାହାଁନ୍ତି। ଜାନ୍ଙ୍କ ଏଭଳି ବୟାନ ଉପରେ ଜବାବ ରଖିଛନ୍ତି କୁମାର ସାନୁ। ସେ କହିଛନ୍ତି, ଜାନ୍ଙ୍କ ପାଇଁ ମୁଁ ଇଣ୍ଡଷ୍ଟ୍ରିର କିଛି ଲୋକଙ୍କ ସହ କଥା ହେବା ସହ ମୋର କିଛି ଲାଇଭ୍ ପ୍ରୋଗ୍ରାମରେ ଗାଇବାକୁ ମଧ୍ୟ ଅନୁମତି ଦେଇଛି। ସେ ଆହୁରି କହିଛନ୍ତି, ସେ ତାଙ୍କ ନାମ ଜାନ୍ ରୀତା ଭଟ୍ଟାଚାର୍ୟ୍ୟ ଲେଖିବା ଉଚିତ କାରଣ ରୀତା ତାଙ୍କ ପାଇଁ ବହୁତ କିଛି କରିଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0