spot_img

ଆସନ୍ତୁ ବୁଲିଯିବା ମନଲୋଭା ଚକ୍ରତୀର୍ଥ….

ଆନନ୍ଦପୁର : ବଣ ପାହାଡ ଘେରା ପ୍ରାକୃତିକ ପରିବେଶରେ ଘେରି ରହିଛି କେନ୍ଦୁଝର ଜିଲ୍ଲା |ସବୁଜ ଶୋଭାରାଜିରେ ପରିପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରଗୁଡିକ ଆଗନ୍ତୁକ ଅତିଥି ମାନଙ୍କୁ ବେଶ ଆକର୍ଷିତ କରେ | ପାହାଡ ,ଝରଣା ,ନଦୀ ,ଜଙ୍ଗଲ ଓ ଆଦିବାସୀ ସଂସ୍କୃତି ଓ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ଦେଇଛି |ଏଥି ମଧ୍ୟରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ର ଚକ୍ରତୀର୍ଥ ଅନ୍ୟତମ |ଚକ୍ରତୀର୍ଥର ପ୍ରାକୃତିକ ଅପରୂପ ସୌନ୍ଦର୍ଯ୍ୟ ଓ ଥଣ୍ଡା ପରିବେଶ ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରିବା ସହ ଆନନ୍ଦ ପ୍ରଦାନ କରେ | ଅଙ୍କାବଙ୍କା ଜଙ୍ଗଲିଆ ରାସ୍ତା ସାଙ୍ଗକୁ ସମତଳରୁ ଉଚ୍ଚ ଆଡକୁ ଉଠିବା ବେଳେ ମନରେ ଶିହରଣ ସୃଷ୍ଟି ହୋଇଥାଏ | ଏକ ପ୍ରସିଦ୍ଧ ଶୈବ ପୀଠ ସହ ପାହାଡର ଉପରକୁ ଗଲେ ଆପଣମାନେ ଦେଖିବେ ଆକାଶ ଗଙ୍ଗା ,ଅସୁର ହାଡ ଧୂବୁଣି କୁଣ୍ଡ ଓ ଗରୁଡ କୁଣ୍ଡ |ଏଠାରେ ସୁଉଚ୍ଚରୁ ଲମ୍ଫ ପ୍ରଦାନ କରୁଥିବା ଜଳ ରାଶି ପାହାଡ କାନ୍ଥରେ ପିଟି ହୋଇ କୁହୁଡ଼ିମୟ ପରିବେଶ ସୃଷ୍ଟି କରିଥାଏ |ପର୍ଯ୍ୟଟକ ମାନେ ଏହି ଝରଣାରେ ସ୍ନାନ କରି ବେଶ ଆନନ୍ଦ ନେଇଥାନ୍ତି |ଏହି ସୁଶୀତଳ ଝରଣା ପାଣି ବହିଯାଇଛି ଅନେକ ଦୂରକୁ …..|

କେମିତି ଯିବେ -ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ବସ ବା କାର ଯୋଗେ ୫ ନଂ ଜାତୀୟ ରାଜପଥରେ ପାଣିକୋଇଲି କିମ୍ବା ଭଦ୍ରକ ରୁ ଏଠାକୁ ଯାଇହେବ | ପାଣିକୋଇଲିରୁ କେନ୍ଦୁଝର ଅଭିମୁଖେ ଯାଇ ମଝିରେ ଶାଳପଡା ଛକ ପଡିବ | ଏଠାରେ ଓହ୍ଲାଇ ଭଦ୍ରକ ରାସ୍ତାରେ ଗଲେ ତରତରା ଛକ ରୁ ବାମପାର୍ଶ୍ଵ କୁ ୮ କି .ମି ଗଲେ ପଡିବ ଚକ୍ରତୀର୍ଥ | କିମ୍ବା ଭଦ୍ରକ ରୁ ଆନନ୍ଦପୁର ରାସ୍ତାରେ ଯାଇ ତରତରା ରୁ ଡାହାଣପାର୍ଶ୍ଵକୁ ୦୮ କି .ମି ଗଲେ ମଧ୍ୟ ଚକ୍ରତୀର୍ଥରେ ପହଞ୍ଚି ପାରିବେ | ରେଳ ଯୋଗେ ମଧ୍ୟ ଏଠାକୁ ଯାଇହେବ | ଏହାର ନିକଟସ୍ଥ ଷ୍ଟେସନ ଯାଜପୁର ଓ ଭଦ୍ରକ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular