ମାଲକାନଗିରି: ଅଳ୍ପକେ ବର୍ତ୍ତିଲେ ଯବାନ। ମାଓବାଦୀମାନଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନକୁ ଯବାନମାନେ ଉଦ୍ଧାର କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲରେ ପୁଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ପାଞ୍ଚ ପାଞ୍ଚ କିଲୋଗ୍ରାମର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ମାଓ ଦମନ ପାଇଁ ୨୦୬ ବାଟାଲିୟନର ସିଆରପିଏଫ୍ ଯବାନମାନେ ଅପରେସନ ବେଳେ ସେଗୁଡ଼ିକର ମେଟାଲ ଡିଟେକ୍ଟର ଯୋଗେ ସନ୍ଧାନ ପାଇ ଡ଼ିଫ୍ୟୁଜ କରିଥିଲେ। ଲ୍ୟାଣ୍ଡମାଇନ ଡିଫ୍ୟୁଜ ବେଳେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ପୁଲିସ ଗାଡ଼ିକୁ ଅତି ସହଜରେ ଉଡ଼ାଇ କ୍ଷତି ପହଞ୍ଚାଇ ପାରିଥାନ୍ତା। ତେବେ ସିଆରପିଏଫ ଯବାନମାନେ ମାଓବାଦୀ ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରିବାରେ ସଫଳ ହୋଇଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0