ଭୁବନେଶ୍ବର: ଆସନ୍ତା ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ ଓ ଏଥର ମୋଟ ୩୧ ଦିନିଆ କାର୍ୟ୍ୟଦିବସ ରହିଛି ବୋଲି ସେ କହିଛନ୍ତି। ଆଗାମୀ ୨୨ ତାରିଖରେ ବଜେଟ ଉପସ୍ଥାପନ କରାଯିବ ଏବଂ ୨୫ରେ ଆଲୋଚନା ହେବ ବୋଲି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭାରେ କୋଭିଡ କଟକଣା ରହିବ, କିନ୍ତୁ କିଛି ନିୟମ କୋହଳ ହେବ, ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ଏଥର ବାଧ୍ୟତାମୂଳକ ନାହିଁ। ଯେଉଁ ନେତାଙ୍କଠାରେ କୋଭିଡ ଲକ୍ଷଣ ଦେଖାଯିବ, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେବ ଓ ପ୍ରତିଦିନ ବିଧାନସଭା ସାନିଟାଇଜ ହେବ ବୋଲି ସେ କହିଛନ୍ତି। ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ, ସେମାନେ ଭିଡିଓ କନ୍ଫରେନ୍ସରେ ନିଜ ଅଫିସରୁ ଉପସ୍ଥିତ ରହିପାରିବେ ବୋଲି ବି ବାଚସ୍ପତି ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0