ଟିସିଏସ୍ ଫାଉଣ୍ଡର ଫକିର ଚନ୍ଦ ହୋଲିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଏନେଇ ସୂଚନା ଦେଇଛି କମ୍ପାନୀ। ଫକିରଚନ୍ଦ ହେଉଛନ୍ତି ଟିସିଏସ୍ ର ପ୍ରଥମ ସିଇଓ । ଯାହାଙ୍କୁ ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରୀର ଜନକ ବୋଲି ମଧ୍ୟ କୁହାଯାଏ। ସଫ୍ଟୱେୟର ଇଣ୍ଡଷ୍ଟ୍ରୀରେ କୋହଲିଙ୍କ ଯୋଗଦାନ ଯୋଗୁ ୨୦୦୨ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୫୧ରେ ସେ ଟାଟା ଇଲେକ୍ଟ୍ରିକାଲ କମ୍ପାନୀରେ ଯୋଗ ଦେଇଥିଲେ। ପରେ ୧୯୭୦ରେ ଏହାର ନିର୍ଦ୍ଦେଶକ ହୋଇଥିଲେ। ଏହାପରେ ୧୯୯୪ରେ ସେ କମ୍ପାନୀର ଡେପୁଟି ଚେୟାରମ୍ୟାନ୍ ମଧ୍ୟ ହୋଇଥିଲେ।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0