କେନ୍ଦୁଝର: ଦିନ ଦ୍ୱିପହରେ ସ୍ୱାସ୍ଥ୍ୟକର୍ମୀଙ୍କ ଘରୁ ସୁନାଗହଣା ଓ ଟଙ୍କା ଲୁଟ୍ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ । ମାଛଗଡ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଶାନ୍ତିଲତା ସେଠୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଛି । ଗତକାଲି କୈାଣସି କାମରେ ଶାନ୍ତିଲତା ଘରୁ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଆଲମୀରାରୁ ସୁନା ଗହଣା ସହ ନଗଦ ୭୦ ହଜାର ଟଙ୍କା ଚୋରି କରିନେଇଛି । ଏନେଇ ସେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ୍ ତଦନ୍ତ ଜାରି ରଖିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0