ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଏହି ମାମଲାରେ ଏବେ ଅନୁଭବଙ୍କୁ ନୋଟିସ୍ ପଠାଇଛନ୍ତି ରାଜ୍ୟ ମହିଳା କମିଶନ। କେବଳ ଅନୁଭବ ନୁହନ୍ତି, ବରଂ ତାଙ୍କ ବାପା ଓ ମା’ଙ୍କୁ ମଧ୍ୟ ମହିଳା କମିଶନ ନୋଟିସ୍ ପଠାଇଛନ୍ତି। ଏମାନଙ୍କୁ ଆସନ୍ତା ୨୯ ତାରିଖରେ ହାଜର ହେବାକୁ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ହିଂସାକୁ ନେଇ ପୂର୍ବରୁ ବର୍ଷା ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା କମିଶନ ଆଜି ଅନୁଭବଙ୍କ ସମେତ ତାଙ୍କ ବାପା ଓ ମା’ଙ୍କୁ ନୋଟିସ୍ କରିଛନ୍ତି। ୨୯ ତାରିଖରେ ସମସ୍ତେ ବ୍ୟକ୍ତିଗତ ଭାବେ ହାଜର ହେବେ ଏବଂ ନିଜ ନିଜର ପକ୍ଷ ରଖିବେ।
ସୂଚନାଯୋଗ୍ୟ, ପାରିବାରିକ ବିବାଦକୁ ନେଇ ବର୍ଷା ରବିବାର ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କର ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ତଥା ତାଙ୍କ ରୁମ୍ରେ ତାଲା ପକାଇ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ବର୍ଷା ଆଣିଥିଲେ। ବର୍ଷାଙ୍କ ଏହି ଅଭିଯୋଗ ପରେ ଗତକାଲି ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0