spot_img

ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ପ୍ରଫେସର ସଞ୍ଜୟ ନାୟକ ନିଯୁକ୍ତ

ଭୁବନେଶ୍ବର: ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ପ୍ରଫେସର ସଞ୍ଜୟ କୁମାର ନାୟକ ଚେନ୍ନାଇ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଚିଫ ଏକାଡେମିକ ଅଫିସର ଅଛନ୍ତି । ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି । ସେ ୩୫ଟି ବହି ଲେଖିସାରିଛନ୍ତି । ସେ ଡିଏସସି ଏବଂ ୪୦ ଜଣ ପିଏଚଡି ସ୍କଲାରଙ୍କୁ ଗାଇଡ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular