ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ ସଙ୍କେତ ପାଇଁ ଦିଲ୍ଲୀ ବଜାରରେ ଖସିଲା ସୁନା ଦାମ । ୧୦ ଗ୍ରାମ ପିଛା ସୁନା ଦାମ ୬୦୮ ଟଙ୍କା କମିଥିଲା ବେଳେ ରୂପା କିଲୋ ପ୍ରତି ୧,୨୧୪ ଟଙ୍କା ଦୁର୍ବଳ ହୋଇଛି ।
ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ସୁନା ଦାମ ୧୦ ଗ୍ରାମ ପ୍ରତି ହ୍ରାସ ହୋଇ ୫୨,୪୬୩ ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ରୂପା ଦାମ କିଲୋ ପିଛା ୧,୨୧୪ ଟଙ୍କା କମି ୬୯,୨୧୪ ଟଙ୍କା ରହିଛି ।
ଗତ କାରବାର ଅଧିନବେଶନରେ ସୁନା ଦାମ ୧୦ ଗ୍ରାମ ପ୍ରତି ୫୩,୦୭୧ ଟଙ୍କା ରହିଥିଲା ବେଳେ ରୂପା କିଲୋ ୭୦,୪୫୬ ଟଙ୍କାରେ ବନ୍ଦ ହୋଇଥିଲା । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ଦିଲ୍ଲୀର ସରଫରା ବଜାରରେ ୨୪ କ୍ୟାରେଟ ସୁନା ଦାମ ୬୦୮ ଟଙ୍କା ଖସିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ କାରବାର ଯୋଗୁଁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି ।
ସେପଟେ ଗୁରୁବାର ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ କମି ଆଉନ୍ସ ପ୍ରତି ୧,୯୪୩.୮୦ ଡଲାର ଓ ରୂପା ଆଉନ୍ସ ପିଛା ୨୬,୮୩ ଡଲାର ରହିଛି । ଆମେରିକାର ଫେଡରାଲ ରିଜର୍ଭ ଖୋଲା ବଜାର ସମିତି ବୈଠକ ପରେ ଡଲାର ସୂଚକାଙ୍କ ଉପରକୁ ଉଠିବା ଦ୍ବାରା ସୁନାର ବିକ୍ରି ଜୋର ରହିଥିଲା



Visitors Today : 3
Total Visitors : 130169
Total Views : 9891615
Visitors Online Now : 0