ପାଟନା: ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ତେଜସ୍ବୀ ଯାଦବ । ଶୁକ୍ରବାର ଲୋକସଭାରେ କୃଷି ସଂସ୍କାର ବିଲ୍ ପାରିତ ହେବା ପରେ କେନ୍ଦ୍ରକୁ ଟାର୍ଗେଟ କରି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି , ଏହି ବିଲ୍ କୃଷକ, ଶ୍ରମିକ ଏବଂ ଗରିବ ଲୋକଙ୍କ ହିତ ବିରୁଦ୍ଧରେ ଅଟେ । ମୁଁ ଆରମ୍ଭରୁ କହିଆସୁଛି ଯେ ଜାତୀୟ ଡେମୋକ୍ରାଟିକ୍ ମେଣ୍ଟର ସରକାର କୃଷକ, ଶ୍ରମିକ, ଗରିବ ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ରହିଛନ୍ତି । ସେମାନେ ଏହି ବିଲକୁ ଜବରଦସ୍ତି ଲାଗୁ କରିବାକୁ ଚାହୁଁଛନ୍ତି । ଏହି ବିଲ୍ ସଂପୂର୍ଣ୍ଣ କୃଷକ ବିରୋଧୀ ବୋଲି ତେଜସ୍ବୀ ୟାଦବ କହିଛନ୍ତି । ଏହାଛଡା ସେ କହିଛନ୍ତି, ଏହି ବିଲ୍ କୃଷକମାନଙ୍କୁ କ୍ଷତି ପହଞ୍ଚାଇବ ଏବଂ ଏହା ଦେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।ତେବେ କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ ସେମାନଙ୍କ ଉତ୍ପାଦ ବିକ୍ରୟ ପାଇଁ ସେମାନଙ୍କୁ ଅଧିକ ସ୍ୱାଧୀନତା ଦେବା ନେଇ କୃଷି ସଂସ୍କାର ବିଲ ଆଣିବା ପାଇଁ ତିନୋଟି ନିୟମ ଘୋଷଣା ହେବା ପରେ ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0