ଆନ୍ଧ୍ରପ୍ରଦେଶ: ସଫଳତାର ଆଉ ପାଦେ ଆଗକୁ ବଢିବାକୁ ଯାଉଛି ଭାରତୀୟ ଗବେଷଣା କେନ୍ଦ୍ର ଇସ୍ରୋ । ଇସ୍ରୋ ତରଫରୁ ଆଜି ୧୦ ଟି ଉପଗ୍ରହ ନେଇ ଯାତ୍ରା କରିବ ମହାକାଶଯାନ ପିଏସଏଲଭିସି୪୯ । ଅପରାହ୍ନ ୩ ଟା ୨ ମିନିଟରେ ଆନ୍ଧ୍ରପ୍ରଦେଶର ଶୀ୍ରହରିକୋଟା ଶତୀଶ ଧାୱନ ସ୍ପେସ୍ ସେଣ୍ଟର ରୁ ଏହା ଉତକ୍ଷିପଣ ହେବ । ପିଏସଏଲଭିସି ୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯିବ । ଏହା ମଧ୍ୟରେ ରହିଛି ରାଡାର ଇମେଜିଙ୍ଗ ସାଟେଲାଇଟ ଇଓଏସ୍-୦୧ ସହିତ ଆମେରିକାର ୪, ଲୁଜେମବର୍ଗର ୪ ଏବଂ ଲିଥୋନିଆର ଗୋଟିଏ ଉପଗ୍ରହ । ଏହି ସମସ୍ତ ଉପଗ୍ରହକୁ ଆଜି ମଧ୍ୟ ମହାକାଶକୁ ଇସ୍ରୋ ଦ୍ୱାରା ପ୍ରେରଣ କରାଯିବ । କୃଷି, ପରିବେଶ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହା ତଥ୍ୟ ଯୋଗାଇବାରେ ସହାୟକ ହେବ । ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରୋ ୩୨୮ଟି ବିଦେଶୀ ସାଟେଲାଇଟକୁ ଅବସ୍ଥାପିତ କରିବାରେ ସଫଳ ହୋଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0