କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟର ବଡ଼ ଘୋଷଣା। ମୋଟ୍ ୧୮ଟି ସେବା ପାଇଁ ଆଉ ଆରଟିଓ ଅଫିସକୁ ଆସିବାକୁ ପଡ଼ିବନି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। କାରଣ ଏହି ସବୁ ସେବା ଏବେ ଅନଲାଇନରେ ହୋଇପାରିବ। ଏହି ସେବା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ରେଜିଷ୍ଟ୍ରେସନ, ଲର୍ଣ୍ଣର ଲାଇସେନ୍ସ ଇତ୍ୟାଦି ରହିଛି। ସଡ଼କ ଓ ପରିବହନ ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏ ସଂପର୍କିକ ଏକ ଟ୍ୱିଟ୍ କରାଯାଇଛି। ଯେଉଁଥିରେ ଆଧାର ମାଧ୍ୟମରେ ଆରଟିଓରେ ମିଳୁଥିବା ୧୮ଟି ସେବାକୁ ଯୋଡ଼ାଯାଇଛି। ଅନଲାଇନରେ ଲୋକମାନେ ଏହି ସବୁ ସେବା ମାଗଣାରେ ପାଇପାରିବେ। ନିକଟରେ ଏ ବାବଦରେ କେନ୍ଦ୍ର ସରକାର ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଥିଲେ। ପରେ ସଂପୃକ୍ତ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ ପାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0