କରୋନା ଟିକାକରଣ ପ୍ରକ୍ରିୟାରେ ନିଜକୁ ସାମିଲ୍ କରିଛି ରିଲାଏନ୍ସ। ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସର କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କ ଟିକାକରଣ ଖର୍ଚ୍ଚ ରିଲାଏନ୍ସ ଉଠାଇବ। ରିଲାଏନ୍ସର ନିର୍ଦ୍ଦେଶକ ତଥା ମୁକେଶ ଅମ୍ୱାନୀଙ୍କ ସ୍ତ୍ରୀ ନୀତା ଅମ୍ୱାନୀ ଏଭଳି ଏକ ବିବୃତ୍ତି ଜାରି କରିଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହିତାଧିକାରୀ ପଞ୍ଜିକରଣ କରାଇବା ଉଚିତ୍ ବୋଲି ନୀତା ଅମ୍ବାନୀ କହିଛନ୍ତି। ନୀତା ଅମ୍ବାନୀ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ରିଲାଏନ୍ସ ଦେଶ ସହ ଛିଡା ହୋଇଛି। ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ପ୍ରାୟ ୧୦ ଲକ୍ଷ ଲୋକଙ୍କ କରୋନା ଟିକାକରଣ ପାଇଁ ଖର୍ଚ୍ଚ ଉଠାଇବ। ଏହା ପୂର୍ବରୁ ଡିସେମ୍ବର ୨୦୨୦ରେ ‘ରିଲାଏନ୍ସ ଫ୍ୟାମିଲି ଡେ’ ଅବସରରେ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ କହିଥିଲେ ଯେ ‘ଆବଶ୍ୟକ ଅନୁମତି ମିଳିବା ପରେ ରିଲାଏନ୍ସ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ରିଲାଏନ୍ସ। ଭାରତ ସରକାର ଦ୍ୱାରା ଚାଲିଥିବା କରୋନା ଟିକାକରଣ ଅଭିଯାନ ସମ୍ପର୍କରେ ନୀତା ଅମ୍ବାନୀ କହିଛନ୍ତି, ‘ଆଉ କିଛି ସମୟର କଥା, ଦେଶ କରୋନା ଯୁଦ୍ଧ ଜିତିଯିବ। ଆଶା, ବିଶ୍ୱାସ ଓ ଆନନ୍ଦ ସହ ଦେଶ ଏକ ନୂଆ ପର୍ଯ୍ୟାୟରେ ପାଦ ରଖିବ।’



Visitors Today : 2
Total Visitors : 130432
Total Views : 9891963
Visitors Online Now : 0