ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍। ଭାରତୀୟ ରେଳବାଇ ଏବେ ପ୍ଲାଟଫର୍ମ ଟିକେଟର ଦାମ୍ ବୃଦ୍ଧି କରିଛି। କରୋନା ପାଇଁ ଗତ ଦୀର୍ଘ ଦିନ ଧରି ପ୍ଲାଟଫର୍ମ ଟିକେଟ୍ ସେବା ବନ୍ଦ ରହିଥିଲା। ଏହାକୁ ପୁଣିଥରେ ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଆରମ୍ଭ କରାଯାଇଛି। ଗୁରୁବାର ରାତ୍ର ୧୨ଟାଠାରୁ ଏହି ସେବା ପୁଣି ଆରମ୍ଭ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏବେ ୩୦ ଟଙ୍କା ଦେବାକୁ ହେବ । ୨୦୨୦ରେ କରୋନା ମାମଲା ବଢିବା ପରେ ପ୍ଲାଟଫର୍ମ ଟିକେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। କେବଳ ଟ୍ରେନ୍ ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳୁଥିଲା। କେବଳ ଦିଲ୍ଲୀ ନୁହେଁ ମୁମ୍ବାଇରେ ପ୍ଲାଟଫର୍ମ ଟିକେଟର ଦାମ୍ ଅହେତୁକ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ରେଳବାଇ ମୁମ୍ବାଇ ସହରର କିଛି ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ୍ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରିଥିଲା। ଯାହାର ପ୍ରଭାବ ସିଦ୍ଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିବ। ତେବେ ଭଡା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0