ବରଗଡ: ସରୁନି ମଣ୍ଡି ବିବାଦ, ଥମୁନି ଚାଷୀ ଅସନ୍ତୋଷ । ଦକ୍ଷିଣରୁ ପଶ୍ଚିମ-ଉପକୂଳ ସବୁଠି ସରକାରୀ ମଣ୍ଡିରେ ଧାନ କିଣାବିକାକୁ ନେଇ ବିବାଦ ଲାଗି ରହିଛି । କେଉଁଠି ଟାର୍ଗେଟ ସରିଯାଇଛି । ଆଉ କେଉଁଠି ଟାର୍ଗେଟ ଥିଲେ ବି ଚାଷୀଙ୍କୁ ଟୋକନ ମିଳୁନି । ଫଳରେ ଧାନ କିଣା ଆରମ୍ଭରୁ ଏଯାଏଁ ଖାଲି ସମସ୍ୟା ଆଉ ସମସ୍ୟା । ସମାନ ସମସ୍ୟା ପାଇଁ ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ହଜାର ହଜାର ଧାନବସ୍ତା । ନଭେମ୍ବର ୯ ତାରିଖରୁ ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ଭିତରେ ୩ ମାସ ବିତିଲାଣି, ହେଲେ ଏଯାଏଁ ଧାନ କିଣା ବିକାରେ ସୁଧାର ଆସିନାହିଁ । ପଦ୍ମପୁର ଅଧିନସ୍ଥ ପାଣିମୋରା ମାର୍କେଟ ମଣ୍ଡିରେ ଖାଲା ଆକାଶ ତଳେ ପଡି ରହିଛି ପ୍ରାୟ ୧୬ ହଜାର ଧାନ ବସ୍ତା । ଏଠାରେ ଚାଷୀଙ୍କୁ ଟୋକନ ନମିଳିବାରୁ ଏ ଧାନ ଗୁଡିକ ବିକ୍ରି ହୋଇ ପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0