ନୟାଗଡ଼ : ବିଭିନ୍ନ ଚକ୍ରାନ୍ତ କରି ନୟାଗଡ଼ ସମବାୟ ଚିନିକଳକୁ ବୁଡ଼ାଇଦେଲେ। ଚିନିକଳରୁ ବାରମ୍ବାର ଚୋରି ନେଇ ଗଣମାଧ୍ୟମରେ ଖବର ପ୍ରକାଶନ, ଚିନିକଳ କ୍ରିୟାନୁଷ୍ଠାନ କମିଟିର ପ୍ରତିବାଦ ପରେ ଗତ ବର୍ଷ ମାର୍ଚ୍ଚ ୧୩ରେ ଜିଲ୍ଲା ପ୍ରଶାସନ ଚିନିକଳର ସମ୍ପତ୍ତି ଆକଳନ କରିଥିଲେ। ଯନ୍ତ୍ରପାତି, ଅନ୍ୟାନ୍ୟ ଜିନିଷର ତାଲିକା ପ୍ରସ୍ତୁତ କରାଯାଇ ଏହାକୁ ସିଲ କରାଯାଇଥିଲା। କିନ୍ତୁ ଏଠାରେ ସିକ୍ୟୁରିଟି ବ୍ୟବସ୍ଥା କରାଗଲା ନାହିଁ। ଫଳରେ, ଚିନିକଳର ବହୁ ଯନ୍ତ୍ରପାତି ଚୋରି ହୋଇଯାଇଛି। ଚିନିକଳର ପରିଚାଳନା ଦାୟିତ୍ବ ନେଇଥିବା ଶିଳ୍ପପତି ତ୍ରୈଲୋକ୍ୟ ମିଶର ଚିନିକଳ ବନ୍ଦ ହେବା ପରେ ମଧ୍ୟ ଏଠାରେ ସୁରକ୍ଷା କର୍ମଚାରୀ ରଖିଥିଲେ। ଜିଲ୍ଲା ପ୍ରଶାସନ ସମ୍ପତ୍ତି ଆକଳନ କରି ଏହା ସିଲ କରିବା ପରେ, ଶ୍ରୀ ମିଶ୍ର ସୁରକ୍ଷା ବ୍ୟବସ୍ଥା ହଟାଇ ଦେଇଥିଲେ। କିନ୍ତୁ ସୁରକ୍ଷା ବ୍ୟବସ୍ଥା କଥା ଚିନ୍ତା କଲା ନାହିଁ। ଫଳରେ ପ୍ରାୟ ବର୍ଷକ ମଧ୍ୟରେ ଚିନିକଳରୁ ସିଂହଭାଗ ଯନ୍ତ୍ରାଂଶ ଚୋରି ହୋଇସାରିଛି। ଅଭିଯୋଗ ହେଉଛି ଯେ, ପରୋକ୍ଷରେ ଚିନିକଳ ସିଲ କରି ଜିଲ୍ଲା ପ୍ରଶାସନ ଚୋରଙ୍କୁ ହାତକୁ ଟେକି ଦେଇଛି। କୋଟି କୋଟି ଟଙ୍କା ମୂଲ୍ୟର ଟର୍ବାଇନଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯନ୍ତ୍ରପାତିକୁ କାଟି ଗାଏବ କରିଦିଆଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0