spot_img

ଭୋଡ଼ାଫୋନ୍ – ଆଇଡ଼ିଆ ହେଲା ‘ଭିଆଇ’ , ୪ଜି ଓ ୫ଜିରେ ରହିବ ଫୋକସ୍

ନୂଆଦିଲ୍ଲୀ: ଭୋଡ଼ାଫୋନ-ଆଇଡ଼ିଆ ଏକ ନୂଆ ବ୍ରାଣ୍ଡରେ ଉପଲବ୍ଧ ହେବ । ଏହାକୁ ଭିଆଇ (VI) କୁହାଯିବ । କମ୍ପାନୀ ଏକ ଇଭେଣ୍ଟରେ ଏହାର ନା ଘୋଷଣା କରିଥିଲା । ଭୋଡାଫୋନର ‘ଭି’ ଓ ଆଇଡ଼ିଆର ‘ଆଇ’ । ଭାରତରେ ଏହି ମିଶ୍ରଣ ପରେ ଏବେ ଯାଏ ଦୁଇ କମ୍ପାନୀ ଅଲଗା ଅଲଗା କାମ କରିଆସୁଥିଲେ । କିନ୍ତୁୂ ଏବେ ସେଥିରେ ପରିବର୍ତ୍ତନ ହେବ । ଭୋଡ଼ାଫୋନ୍ ଇଣ୍ଡିଆ ଲିମିଟେଡ଼ ଏବେ ‘ଭିଆଇ’ ହୋଇଯାଇଛି । କମ୍ପାନୀ ଏକ ବିବୃତ୍ତିରେ କହିଛି କି “ଭିଆଇ’ ଫ୍ୟୁଚର ରେଡି । ଏବେ ଏହି ବ୍ରାଣ୍ଡ ନେମରେ ଦୁଇ କମ୍ପାନୀ ବ୍ୟବସାୟ କରିବେ । ଏହି କମ୍ପାନୀ ପାଖରେ ୪ଜି ସହ ୫ଜି ଟେକ୍ନୋଲୋଜି ମଧ୍ୟ ଅଛି । ଏହି ସମୟରେ କୌଣସି ନୂଆ ପ୍ଲାନର ଘୋଷଣା ହୋଇନଥିଲେ ମଧ୍ୟ ଦୁଇ କମ୍ପାନୀ ମିଶ୍ରଣ ଫଳରେ ସାରା ଦେଶରେ ୪ଜି ବ୍ୟବହାର ଦୁଇଗୁଣା ହୋଇଯାଇଛି । କମ୍ପାନୀର ସିଇଓ ନେଟୱାର୍କ ଟେକ୍ନୋଲୋଜିରେ ଏହା ନିବେଶ କରିବା ଜାରି ରଖିବ ବୋଲି କହିଛନ୍ତି । କମ୍ପାନୀ ଭିଆଇ ବ୍ରାଣ୍ଡରେ ଏକ ନୂଆ ୱେବସାଇଟ ମଧ୍ୟ ଲଞ୍ଚ କରିବ । ଗୁଗଲ ପ୍ଲେ ଷ୍ଟୋରରେ ମଧ୍ୟ ଏହାର ନାମ ପରିବର୍ତ୍ତନ ହୋଇଯାଇଛି । ଏବେ ଏହା ‘ଭିଆଇ’ ଆପ ନାମରେ ଜଣାଯିବ । ଯଦି ଆପଣ ଭୋଡାଫୋନ ବ୍ୟବହାର କରୁଥାଆନ୍ତି, ତେବେ ଆପଣ ଆପ୍ ଅପଡେଟ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular