ନୂଆଦିଲ୍ଲୀ: ଭାରତୀୟ ସେନାଙ୍କ ସହ ଦୀପାବଳି ପାଳନ କରିବା ପାଇଁ ରାଜସ୍ଥାନ ଜୈସଲମେରରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିବେ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ସିଡିଏସ ବିପିନ ରାୱତ, ସେନା ମୁଖ୍ୟ ଏମ ନରୱାନେ ଏବଂ ବିଏସଏଫ ଡିଜି ରାକେଶ ଆସ୍ଥାନା ପହଞ୍ଚିଛନ୍ତି । ତେବେ ସେମାନେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟକୁ ଯାଇଛନ୍ତି । ସେଠାରେ ନରେନ୍ଦ୍ର ମୋଦି ଉଦବୋଧନ ଦେଇ କହିଛନ୍ତି, ଯବାନଙ୍କ ବଳିଦାନକୁ ସଲାମ, ସାରା ଦେଶ ଆପଣଙ୍କ ସହିତ ଅଛି । ୧୯୭୧ ବଂଲାଦେଶ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ମନେପକାଇଥିଲେ । ବାଂଲାଦେଶ ଯୁଦ୍ଧରେ ଆମ ସେନା ବହୁତ ପରାକ୍ରମ ଦେଖାଇଛନ୍ତି । ଭାରତୀୟ ସେନାର ପରାକ୍ରମରେ ପାକ୍ ସେନା ଛତ୍ରଭଙ୍ଗ ଦେଇଥିଲା । ମୋଦି ଆମ ସୈନିକଙ୍କ ଦକ୍ଷତାକୁ ନେଇ ଆମେ ଗର୍ବ କରୁଛୁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0