spot_img

ହଜିଲା ପୁଅକୁ ଫେରି ପାଇଲା ମା

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ଆଜି ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘ ୨୪ ବର୍ଷ ପରେ ହଜିଲା ପୁଅକୁ ଫେରି ପାଇଲା ମା । ସୂଚନା ଅନୂଯାୟୀ ସ୍ୱର୍ଗତ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ମସିହା ଫେବୃଆରୀ ୧୧ ତାରିଖରେ ନିଖୋଜ ହୋଇଯାଥିଲେ । ତେବେ ଗତ ୩ ଦିନ ତଳେ ହାଇଦ୍ରାବାଦରୁ ଏକ ଚିଠି ତୋଫାନ ଦାସଙ୍କ ଆଡ୍ରେସରେ ଆସିଥିଲା । ତେବେ ହାଇଦ୍ରାବାଦର ଏକ ଟେଣ୍ଟ ହାଉସ୍ ମାଲିକଙ୍କ ନିକଟରେ ଦୀର୍ଘ ବର୍ଷ ଧରି କାର୍ୟ୍ୟ କରି ଆସୁଥିଲେ ଆସମାନ । ସେ କୌଣସି କାରଣ ବଶତଃ ଗାଁକୁ ଫେରି ନ ଥିଲେ । ଟେଣ୍ଟ ହାଉସ୍ ମାଲିକଙ୍କ ଝିଅ ତାଙ୍କୁ ଘରକୁ ପଠାଇବାର ମନସ୍ଥ କରିଥିଲେ। ଆସମାନଠାରୁ ତାଙ୍କ ଘର ଠିକଣା ନେଇ ତୋଫାନ ଦାସଙ୍କ ଆଡ୍ରେସରେ ପଠାଇଥିଲେ । ଏଭଳି ମହାନ କାର୍ୟ୍ୟ ପାଇଁ ଖଣ୍ଡପଡ଼ା ଅଞ୍ଚଳବାସୀ ମହିଳାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular