ନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ୨ ସେକ୍ସନ ପୁଲିସ୍ ମୁତୟନ ହୋଇଛନ୍ତି। ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଟ କରାଯାଇଛି। କେବଳ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଲୋକଙ୍କୁ ଯାଞ୍ଚ କରି ଛଡ଼ା ଯାଉଛି।ହେଲେ ବିନା କୌଣସି ସୂଚନାରେ ୧୪୪ ଧାରା ଲାଗୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ମାଜିଷ୍ଟ୍ରେଟ ଆସି ନୋଟିସ ଲଗାଇଥିଲେ ଆମେ ଜାଣିଥାନ୍ତୁ। ହେଲେ ଅଚାନକ ପୁଲିସ୍ ଏପରି ପଦକ୍ଷେପ ନେବାରୁ ଆମେ ବହୁତ ହଇରାଣ ହେବୁ ବୋଲି ସେ କହିଛନ୍ତି।ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସ୍ ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା। ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବାରଣ୍ଡାକୁ ଚାଲି ଯାଇଛନ୍ତି। ଏହାକୁ ନେଇ ଖୁସି ପ୍ରକଟ କରି ତପସ୍ୱିନୀ କହିଛନ୍ତି, କୋର୍ଟ ତ ନ୍ୟାୟ ଦେଲେ ନାହିଁ, କିନ୍ତୁ ମା, ଉଭଣୀମାନେ ମୋତେ ନ୍ୟାୟ ଦେଇଛନ୍ତି। ସେମାନେ ମୋ ସମର୍ଥନରେ ବାହାରିଛନ୍ତି। ମୋର ଏବେ ବିଶ୍ୱାସ ହେଉଛି ଯେ ମୁଁ ମୋ ଶାଶୂ ଘରେ ପ୍ରବେଶ କରି ପାରିବି। ସମସ୍ତଙ୍କ ଆଶୀର୍ବାଦ ମୋ ସହିତ ରହିଛି। ଏହା ସହିତ ସେ କୋର୍ଟଙ୍କ ଅବମାନନା କରି ନାହାନ୍ତି ବୋଲି କହିଛନ୍ତି। ତପସ୍ୱିନୀ କହିଛନ୍ତି ଯେ ସେ ଗେଟ୍ ଭାଙ୍ଗି ନାହାନ୍ତି। ତାଙ୍କ ଉପରେ ଦୟା କରି ବ୍ରହ୍ମପୁରର ମା’, ଭଉଣୀମାନେ ଆସି ଶ୍ୱଶୁର ଘର ଗେଟ୍ ଭାଙ୍ଗିଛନ୍ତି।ଅନ୍ୟପକ୍ଷରେ ଗତକାଲି ତପସ୍ୱିନୀ ଓ ସୁମିତ ମାମଲାରେ ଏସ୍ଡିଜେଏମ୍ କୋର୍ଟରେ ଶୁଣାଣି ହୋଇଥିବା ବେଳେ କୋର୍ଟ ନିଜ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କୋର୍ଟଙ୍କ ନିର୍ଦ୍ଦେଶରେ ତପସ୍ୱିନୀ ସନ୍ତୁଷ୍ଟ ନଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ସୁମିତ ନିଖୋଜ ଥିବା ଆମେ କୋର୍ଟଙ୍କୁ ଜଣାଇଛୁ। ସୁମିତ କେଉଁଠି ଅଛନ୍ତି, ନା ପୁଲିସ ଜାଣିଛି ନା ଅନ୍ୟ କେହି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି। ଭଡ଼ା ଘର ନେବା ପର୍ଯ୍ୟନ୍ତ ତପସ୍ବିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି। କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ସେ ନିଷ୍ପତ୍ତି ସେ ନିଜେ ନେବେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0