spot_img

ଜମିବାଡି ବିବାଦରୁ ହତ୍ୟାକାଣ୍ଡ

ମାଲକାନଗିରି : ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ପୋଲିସର ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ କୋଇକୋଣ୍ଡା ଗ୍ରାମର ସାଲବମ ଏଙ୍କା ଏବଂ କିଛି ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା । ସାଲବମ ଏଙ୍କା ଜମିକୁ ଯାଉଥିବା ବେଳେ ତାଙ୍କୁ ଏକୁଟିଆ ଦେଖି ଅପରପକ୍ଷର ଲୋକେ ନିର୍ଧୁମ ମାଡ ମାରିଥିଲେ । ଫଳରେ ସାଲବମଙ୍କ ମୃତ୍ୟୁ ହୋଇଛି । ଜମି ନିକଟରେ ସାଲବମଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ । ପରେ ଘର ଆଗରେ ଶବକୁ ଫିଙ୍ଗି ଦେଇ ପଳାଯାଇଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ମଧ୍ୟ ଚୁରା ମାଡ ହୋଇଥିବା ସାଲବମଙ୍କ ସ୍ତ୍ରୀ କହିଛନ୍ତି । ହତ୍ୟା କରିଥିବା ୫ ଜଣଙ୍କୁ ମଧ୍ୟ ସାଲବମଙ୍କ ସ୍ତ୍ରୀ ଜାଣିଥିବା ମଧ୍ୟ କହିଛନ୍ତି । ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମୋଟୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular