spot_img

ରାଜ୍ୟରେ ପ୍ରତିଷ୍ଠା ହେବ ୬୫ ନୂଆ ଅଦାଲତ

କଟକ : ରାଜ୍ୟର ବିଭିନ୍ନ ସ୍ଥାନରେ ୬୫ଟି ନୂଆ କୋର୍ଟ ପ୍ରତିଷ୍ଠା ହେବ। ପ୍ରସ୍ତାବିତ ୬୫ଟି ନୂଆ ସିଭିଲ ଜଜ୍ (ଜୁନିୟର ଡିଭିଜନ୍) ତଥା ଜେଏମ୍‌ଏଫ୍‌ସି ଅଦାଲତ ପ୍ରସଂଗରେ ହାଇକୋର୍ଟ ପକ୍ଷରୁ କେନ୍ଦୁଝର, କନ୍ଧମାଳ, ସୁନ୍ଦରଗଡ଼, କେରାପୁଟ, କଳାହାଣ୍ଡି, ପୁରୀ, ରାୟଗଡ଼ା, ମାଲକାନଗିରି, ବାଲେଶ୍ବର, ଯାଜପୁର, ଝାରସୁଗୁଡ଼ା, ଭଦ୍ରକ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ବରଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, ବଲାଙ୍ଗୀର, କଟକ, ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲା ଓ ଦୌରା ଜଜ୍‌ଙ୍କୁ ଚିଠି କରାଯାଇଛି। ପ୍ରସ୍ତାବିତ ନୂଆ କୋର୍ଟ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ରହିଥିବା ବିଭିନ୍ନ ବ୍ୟବସ୍ଥା ପ୍ରସଂଗରେ ଯଥାଶୀଘ୍ର ସବିଶେଷ ତଥ୍ୟ ଦାଖଲ ପାଇଁ ଉପରୋକ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ଡମପଡ଼ା, ମାହାଙ୍ଗା ଓ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବାଲିଅନ୍ତା, ବୋଲଗଡ଼, ବାଲିପାଟଣା, ଚିଲିକାରେ ସିଭିଲ ଜଜ୍ (ଜୁନିୟର ଡିଭିଜନ୍) ତଥା ଜେଏମ୍‌ଏଫ୍‌ସି ଅଦାଲତ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ସେହିଭଳି ଭାବେ କେନ୍ଦୁଝର ଜିଲ୍ଲାରେ ପାଞ୍ଚିଟି ସ୍ଥାନରେ, ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ସ୍ଥାନରେ, ପୁରୀ ଓ କଳାହାଣ୍ଡି ଜିଲ୍ଲାରେ ୪ଟି ଲେଖାଏ ସ୍ଥାନରେ, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଯାଜପୁର, ବରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ ୩ଟି ଲେଖାଏ ସ୍ଥାନରେ, ମାଲକାନଗିରି, ବାଲେଶ୍ବର, ଅନୁଗୁଳ, ନବରଙ୍ଗପୁର ଜିଲ୍ଲାରେ ୨ଟି ଲେଖାଏ ସ୍ଥାନରେ, ଭଦ୍ରକ, ନୟାଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର ଜିଲ୍ଲାରେ ଗୋଟିଏ ଲେଖାଏ ସ୍ଥାନରେ ସିଭିଲ ଜଜ୍ (ଜୁନିୟର ଡିଭିଜନ୍) ତଥା ଜେଏମ୍‌ଏଫ୍‌ସି ଅଦାଲତ ଖୋଲିବା ପାଇଁ ପ୍ରସ୍ତାବ ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular