spot_img

ଅନଲକ୍ ପରେ ମଧ୍ୟ ବୃଦ୍ଧି ପାଉନି ନିବେଶ ପ୍ରସ୍ତାବ

ନୂଆଦିଲ୍ଲୀ: ସେଣ୍ଟର ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକୋନୋମି (ସିଏମଆଇଇ) ଅନୁସାରେ ସେପ୍ଟେମ୍ବର ପରେ ୫୮,୭୦୦ କୋଟି ଟଙ୍କାର ନୂଆ ନିବେଶ ପ୍ରସ୍ତାବ ଆସିଥିଲା । ଯଦି ଏପରି ଅବସ୍ଥା ରହେ , ତେବେ ଏହି ବର୍ଷ ନିବେଶ ପ୍ରସ୍ତାବ ୫ ଲକ୍ଷ କୋଟି ଟଙ୍କା ଯାଏ ବୋଧହୁଏ ପହଞ୍ଚି ପାରିବ । ଗତ ୧୪ ବର୍ଷରେ ଏହା ସବୁଠାରୁ ନିମ୍ନ ସ୍ତର ହେବ । ଲକଡାଉନ୍ ପୂର୍ବରୁ ଦେଶରେ ୩-୪ ଲକ୍ଷ କୋଟି ନିବେଶ ପ୍ରସ୍ତାବ ଆସୁୂଥିଲା । ଭଲ ପରିସ୍ଥିତିରେ ଏହି ନିବେଶ ଦୁଇଗୁଣା ବୃଦ୍ଧି ପାଇଥାଏ । ନୂଆ ନିବେଶ ପ୍ରସ୍ତାବ ଏହି ସ୍ତରରେ ପହଞ୍ଚିବା ପାଇଁ ବହୁତ ସମୟ ଲାଗିବ ବୋଲି ସିଏମଆଇଇ କହିଛି । ଜୁନ୍ ମାସରେ ୫୬,୧୦୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ଆସିଥିଲା । ୨୦୨୦-୨୧ ରେ ଏଯାବତ ମାତ୍ର ୧.୧୫ ଲକ୍ଷ କୋଟିସ ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଯଦି ସରକାର କିଛି ବଡ ଧରଣର ନିବେଶ ଘୋଷଣା କରନ୍ତି , ତେବେ ନିବେଶ ୫ ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚିପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular