ନୂଆଦିଲ୍ଲୀ: ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗୃହ ସଚିବଙ୍କୁ ଜାତୀୟ ମାନବ ଅଧିକାର କମିସନ (ଏନ୍ଏଚ୍ଆର୍ସି) ଚାରି ସପ୍ତାହ ମଧ୍ୟରେ ‘ଆକସନ ଟେକେନ୍ ରିପୋର୍ଟ’ ତଲବ କରିଛନ୍ତି। ସୁପ୍ରିମ୍ କୋର୍ଟର ଓକିଲ ଏବଂ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନକୁ ଭିତ୍ତିକରି ‘ଏନଏଚଆରସି’ ଗୃହ ସଚିବଙ୍କୁ ‘ଏଟିଆର’ ଦାଖଲ ପାଇଁ ଆଦେଶ ଦେବା ସହ ସୂଚନା ଓ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିମନ୍ତେ ଆଦେଶନାମାର ଏକ କପି ଓଡ଼ିଶାର ପୁଲିସ ମହାନିର୍ଦେଶକଙ୍କ ନିକଟକୁ ପଠାଇଛନ୍ତି। ଅକ୍ଟୋବର ୭ ତାରିଖ ଦିନ ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଭଳି ଜରୁରୀ ପରିସ୍ଥିତିରେ ରାଜ୍ୟ ରାଜଧାନୀର ଅପ୍ରସ୍ତୁତତାର ପ୍ରତିକାର ନିମନ୍ତେ ‘ଏନଏଚଆରସି’ ଏ ଭଳି ଆଦେଶ ଦେଇଛନ୍ତି। ପୋଡ଼ା କ୍ଷତ ଚିକିତ୍ସା କରିବାକୁ ଭୁବନେଶ୍ବରରେ ଥିବା ସରକାରୀ ଡାକ୍ତରଖାନାରେ ଆବଶ୍ୟକ ବ୍ୟବସ୍ଥା ନାହିଁ। ବିଭିନ୍ନ ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା କରିବା ସମୟରେ ଉପୁଜୁଥିବା ବାଧା ନିରାକରଣ ପାଇଁ ସରକାର କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସଂକ୍ରନ୍ତରେ ଏବର୍ଷ ଡିସେମ୍ବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ‘ଏନଏଚଆରସି’ ଆଦେଶ ଦେଇଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0