ପଞ୍ଜାବ: ଦିଲ୍ଲୀରେ ଗମ୍ଭୀର କରୋନା ସ୍ଥିତିକୁ ଦେଖି ପଞ୍ଜାବ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ସମସ୍ତ ସହରଗୁଡିକରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏଥିସହ ଡିସେମ୍ବର ୧ ରୁ ମାସ୍କ ନ ପିନ୍ଧିଲେ କିମ୍ବା ସାମାଜିକ ଦୂରତ୍ୱ ରକ୍ଷା ନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନାକୁ ଦ୍ୱିଗୁଣିତ କରାଯିବ ବୋଲି କ୍ୟାପଟେନ ଅମରିନ୍ଦର କହିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ସହରର ହୋଟେଲ, ରେଷ୍ଟୁରାଣ୍ଟ ଓ ମ୍ୟାରେଜ ପ୍ୟାଲେସଗୁଡିକ ରାତି ସାଢେ ୯ଟାରେ ବନ୍ଦ ହୋଇଯିବ । ଏହା ପରେ ରାତି ୧୦ଟାରୁ ସକାଳ ୫ ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଏଥିସହ ଯେଉଁମାନେ କରୋନା ପ୍ରୋଟୋକଲ୍ ଅମାନ୍ୟ କରିବେ ସେମାନଙ୍କୁ ଏବେ ୫୦୦ ବଦଳରେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଅନ୍ୟପଟେ ରାତ୍ରିକାଳୀନ କର୍ଫ୍ୟୁକୁ ନେଇ ଡିସେମ୍ବର ୧୫ରେ ସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ପଞ୍ଜାବକୁ ଦିଲ୍ଲୀରୁ ଆସୁଥିବା ରୋଗୀଙ୍କ ସଂଖ୍ୟାକୁ ଦେଖି ଘରୋଇ ହସ୍ପିଟାଲରଗୁଡିକରେ ଶର୍ଯ୍ୟା ସଂଖ୍ୟା ଉପଲବ୍ଧ କରାଇବା ସହ ବଢାଇବାକୁ ରାଜ୍ୟସରକାର ନିଦେ୍ର୍ଦଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0